Текст песни Priya Bhattacharya - Srabana Re Srabana
ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇଦବୁ
ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇଦବୁ
ଭିଜିବାକୁ ହାଏ ରେ, ସେ ଭଲ ପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ
ସେ ଭିଜିଲେ ମୁଁ ଭିଜିବି, ତୁ ଦେଖିବୁ
ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇଦବୁ
ତା ଆଖୁରେ ଟିକେ ଖୁସି ଦେଖିବାକୁ
କେତେ କଥା ମନେ ପଡ଼େ ଭାବିବାକୁ
ଭାରି ସେ ଅବୁଝା, ବୁଝେ ନାହିଁ କିଛି
ଆଜିଯାଏଁ ତାକୁ ପାରିଲିନି ବୁଝି
ଫଗୁଣରେ ଫଗୁଣ ରଙ୍ଗ ଆଣିବୁ
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇଦବୁ
ଫଗୁଣରେ ଫଗୁଣ ରଙ୍ଗ ଆଣିବୁ
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇଦବୁ
ରଙ୍ଗ ଖେଳିବାକୁ ସେ ଭଲପାଏ
ତା ରଙ୍ଗରେ ମତେ ସେ ରଙ୍ଗେଇ ଦିଏ
ତା ଆଖୁରେ, ତା ଓଠରେ ହସ ଦେଖିବୁ
ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇଦବୁ
ଅସରନ୍ତି ଆଶା, ହଜାରେ ସପନ
ଆଖି ତାର ନଈ, ଆକାଶ ତା ମନ
ମନ ମାନି ଥିଲେ ସେ ଅତି ନିଜର
ମନେ ରାଗ ଥିଲେ ନୁହେଁ ସେ କାହାର
ରଜନୀ ଲୋ ରଜନୀ ଜହ୍ନ ଆଣିବୁ
ସେ ଜହ୍ନକୁ ମୋ ପ୍ରିୟା ହାତରେ ଦବୁ
ରଜନୀ ଲୋ ରଜନୀ ଜହ୍ନ ଆଣିବୁ
ସେ ଜହ୍ନକୁ ମୋ ପ୍ରିୟା ହାତରେ ଦବୁ
ହାତେ ଜହ୍ନ ପାଇଲେ ସେ ହବ ଖୁସି
ଖୁସି ହେଲେ ମତେ ସେ ଚାହିଁବ ହସି
ସେ ହସିଲେ ମୁଁ ହସିବି, ତୁ ଦେଖିବୁ
ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇଦବୁ
ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇଦବୁ
ଭିଜିବାକୁ ହାଏ ରେ ସେ ଭଲ ପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ
ସେ ଭିଜିଲେ ମୁଁ ଭିଜିବି, ତୁ ଦେଖିବୁ
ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇଦବୁ
ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇଦବୁ