Текст песни Suresh Wadkar - Janha Raijare Jagati Kinichhi
ଜହ୍ନ ରାଇଜରେ ଜାଗାଟେ କିଣିଛି
ତାରା ଫୁଲରେ ଘରଟେ କରିଛି
ଜହ୍ନ ରାଇଜରେ ଜାଗାଟେ କିଣିଛି (ଲାଲାଲା-ଲାଲାଲା)
ତାରା ଫୁଲରେ ଘରଟେ କରିଛି (ଆଆ-ଆ)
ଜହ୍ନ ରାଇଜରେ ଜାଗାଟେ କିଣିଛି (ଲାଲାଲା-ଲାଲାଲା)
ତାରା ଫୁଲରେ ଘରଟେ କରିଛି
ସେଇ ଛୋଟ ଘରେ, ତୁମ ସାଥିରେ
ସେଇ ଛୋଟ ଘରେ, ତୁମ ସାଥିରେ
ରହିବାକୁ ଦୁନିଆକୁ କହିଦେଇଛି
ଜହ୍ନ ରାଇଜରେ ଜାଗାଟେ କିଣିଛି (ଲାଲାଲା-ଲାଲାଲା)
ତାରା ଫୁଲରେ ଘରଟେ କରିଛି
ସୂରୁଜ ହେବ ସିନ୍ଦୂର ଟୋପା
ପିନ୍ଧେଇବି ହସି-ହସି
ହୋ-ହୋ, ଓଢ଼ଣା ଖୋଲି ଗଭାରେ ତୁମ
ପାରିଜାତ ଦେବି ଖୋସି (ଲାଲାଲା-ଲାଲା-ଲାଲା)
ଜହ୍ନ ଜୋଛନାରେ, ତୁମ ଓଠରେ
ଜହ୍ନ ଜୋଛନାରେ, ତୁମ ଓଠରେ
ମିଳନର ମଧୁ ଗୀତି ଲେଖିବି କିଛି
ଜହ୍ନ ରାଇଜରେ ଜାଗାଟେ କିଣିଛି (ଲାଲାଲା-ଲାଲାଲା)
ତାରା ଫୁଲରେ ଘରଟେ କରିଛି
ମେଘ ଦୋଳିରେ ଝୁଲିବା ବସି
ସପନରେ ଭାସି-ଭାସି
ଓ, କାନିରେ ତୁମ ଆଣି ମୁଁ ଦେବି
ସରଗର ସବୁ ଖୁସି (ଲାଲାଲା-ଲାଲା-ଲାଲା)
ଜିଇଁ ରହିଥିବା ଯୁଗ ଯୁଗକୁ
ଜିଇଁ ରହିଥିବା ଯୁଗ ଯୁଗକୁ
ମନ ଖୋଲି ହସୁଥିବା ମୁକୁତା ବିଞ୍ଚି
ଜହ୍ନ ରାଇଜରେ ଜାଗାଟେ କିଣିଛି (ଲାଲାଲା-ଲାଲାଲା)
ତାରା ଫୁଲରେ ଘରଟେ କରିଛି
ସେଇ ଛୋଟ ଘରେ ତୁମ ସାଥିରେ
ସେଇ ଛୋଟ ଘରେ ତୁମ ସାଥିରେ
ରହିବାକୁ ଦୁନିଆକୁ କହିଦେଇଛି