Текст песни Ira Mohanty - Subha Laganara
ଶୁଭ ଲଗନର ପହିଲି ଚିତାଉ
ହଳଦୀ ମାଇଲି କୋଳେ
ଶୁଭ ଲଗନର ପହିଲି ଚିତାଉ
ହଳଦୀ ମାଇଲି କୋଳେ
ଜୁହାର ଜଣେଇ ଦେଇ ଆସିଛି ମୁଁ
ଜୁହାର ଜଣେଇ ଦେଇ ଆସିଛି ମୁଁ
ବଡ଼ବନ୍ଧୁ ଅଛି ଜଣେ
ଲୋ ବଉଳ, ବଡ଼ବନ୍ଧୁ ଅଛି ଜଣେ
ସେ ଯେ ସର୍ବ ମଙ୍ଗଳ
ସେ ମୋ କଳା କମଳ
ସେ ଯେ ସର୍ବ ମଙ୍ଗଳ
ସେ ମୋ କଳା କମଳ
ଶୁଭ ଲଗନର ପହିଲି ଚିତାଉ
ହଳଦୀ ମାଇଲି କୋଳେ
ହଳଦୀ ମାଇଲି କୋଳେ
ବନ୍ଧୁ ଘର ମୋର ଶିରିକ୍ଷେତର
ଜଗବନ୍ଧୁ ବୋଲି ନାଆଁଟି ତାର
ବନ୍ଧୁ ଘର ମୋର ଶିରିକ୍ଷେତର
ଜଗବନ୍ଧୁ ବୋଲି ନାଆଁଟି ତାର
ଖୋଜିବି ନାହିଁ ତା ଭାର ବେଭାର
ମୋ ବନ୍ଧୁ ମୋ ପାଇଁ କୃପାସାଗର
ସବୁ ଅନକୂଳ, ହୋଇବ ସଫଳ
ସବୁ ଅନକୂଳ, ହୋଇବ ସଫଳ
ଚାହିଁଲେ ସେ ଆଖି କଣେ
ଲୋ ବଉଳ, ଚାହିଁଲେ ସେ ଆଖି କଣେ
ସେ ଯେ ସର୍ବ ମଙ୍ଗଳ
ସେ ମୋ କଳା କମଳ
ସେ ଯେ ସର୍ବ ମଙ୍ଗଳ
ସେ ମୋ କଳା କମଳ
ଶୁଭ ଲଗନର ପହିଲି ଚିତାଉ
ହଳଦୀ ମାଇଲି କୋଳେ
ହଳଦୀ ମାଇଲି କୋଳେ
ବଡ଼ବନ୍ଧୁର ମୁଁ ଛୋଟ କୁଣିଆ
କରେନା ସେ କେବେ ହୀନିମାନିଆ
ବଡ଼ବନ୍ଧୁର ମୁଁ ଛୋଟ କୁଣିଆ
କରେନା ସେ କେବେ ହୀନିମାନିଆ
ରାଜ ରାଜେଶ୍ୱର କଳା ଠାକୁର
ଦୀନବନ୍ଧୁ ପୁଣି ନାଆଁଟି ତାର
ପ୍ରେମ ଭକତିରେ ଶରଧା ତାହାର
ପ୍ରେମ ଭକତି ରେ ଶରଧା ତାହାର
ସେତିକି ଥିଲେ ସେ ଶୁଣେ
ଲୋ ବଉଳ, ସେତିକି ଥିଲେ ସେ ଶୁଣେ
ସେ ଯେ ସର୍ବ ମଙ୍ଗଳ
ସେ ମୋ କଳା କମଳ
ସେ ଯେ ସର୍ବ ମଙ୍ଗଳ
ସେ ମୋ କଳା କମଳ
ଶୁଭ ଲଗନର ପହିଲି ଚିତାଉ
ହଳଦୀ ମାଇଲି କୋଳେ
ଶୁଭ ଲଗନର ପହିଲି ଚିତାଉ
ହଳଦୀ ମାଇଲି କୋଳେ
ଜୁହାର ଜଣେଇ ଦେଇ ଆସିଛି ମୁଁ
ଜୁହାର ଜଣେଇ ଦେଇ ଆସିଛି ମୁଁ
ବଡ଼ବନ୍ଧୁ ଅଛି ଜଣେ
ଲୋ ବଉଳ ବଡ଼ବନ୍ଧୁ ଅଛି ଜଣେ
ସେ ଯେ ସର୍ବ ମଙ୍ଗଳ
ସେ ମୋ କଳା କମଳ
ସେ ଯେ ସର୍ବ ମଙ୍ଗଳ
ସେ ମୋ କଳା କମଳ
ଶୁଭ ଲଗନର ପହିଲି ଚିତାଉ
ହଳଦୀ ମାଇଲି କୋଳେ
ଶୁଭ ଲଗନର ପହିଲି ଚିତାଉ
ହଳଦୀ ମାଇଲି କୋଳେ
ହଳଦୀ ମାଇଲି କୋଳେ
ହଳଦୀ ମାଇଲି କୋଳେ